ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

0

ଗଜପତି: ଠାକୁର ଦର୍ଶନ ପାଇଁ ଯାଇଥିବାବେଳେ ଅଘଟଣ। ଗଜପତି ଜିଲ୍ଲା ମୋହନ ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ କିଛି ଲୋକ ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ ଲାଗି ଯାଇଥିଲେ। ଏତିକି ବେଳେ ମନ୍ଦିର ନିକଟରେ ଥିବା ଏକ ଗଛରୁ ଆସି ବାଘୁଆ ମହୁମାଛି ଭକ୍ତ ମାନଙ୍କୁ ଆକ୍ରମଣ କରିଥିଲେ।

ମହୁମାଛି ଆକ୍ରମଣରେ ୩ଜଣ ଶ୍ରଦ୍ଧାଳୁ ଗୁରୁତର ଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ଥିବା ଜଣାପଡିଛି। ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ (୪୦), କାମେଶ୍ୱର ଦାସ(୪୭) ଅମ୍ରିତା ଦାସ(୧୫) ଗୁରୁତର ଥିବା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜୟ ପ୍ରକାଶ ପଣ୍ଡା କହିଛନ୍ତି।

Leave A Reply

Your email address will not be published.