ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାଜଧାନୀରେ ୪ ମହଲା କୋଠା ଭୁଶୁଡ଼ି ୬ ମୃତ, ଅନେକ ଆହତ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ୨୮ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଅନେକ ସମୟ ଧରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଅଗ୍ନିଶମ ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ କହିଛନ୍ତି ଯେ, ଆମେ ରାତି ପ୍ରାୟ ୨ଟା ୫୦ ସମୟରେ ଏକ ଘର ଭୁଶୁଡ଼ି ପଡ଼ିବା ବିଷୟରେ ସୂଚନା ପାଇଲୁ। ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଛି ଏବଂ ଆମେ ଭଗ୍ନାବଶେଷ ତଳେ ଲୋକମାନେ ଫସି ରହିଥିବା ଜାଣିବାକୁ ପାଇଲୁ। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ କାମ କରୁଛନ୍ତି।

ମୁସ୍ତାଫାବାଦ ଅଞ୍ଚଳରେ କୋଠା ଭୁଶୁଡ଼ିବାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏହା ଦେଖାଯାଉଛି ଯେ ମଧ୍ୟରାତ୍ରିରେ କୋଠାଟି ତାସ୍ ର ଘର ପରି ଭୁଶୁଡ଼ି ପଡ଼ିଛି। କୋଠାଟି ଭୁଶୁଡ଼ି ପଡ଼ିବା ସମୟରେ ଧୂଆଁମୟ ହୋଇଯାଇଥିଲା ସମଗ୍ର ଅଞ୍ଚଳ।

Leave A Reply

Your email address will not be published.