ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନବମ ଥର ପାଇଁ ସଭାପତି ହେଲେ ନବୀନ

0

ଭୁବନେଶ୍ବର: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏକାମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଦାଖଲ କରିଥିଲେ। ତେବେ ନବମଥର ଲାଗି ସଭାପତି ହେବା ପରେ ନବୀନଙ୍କୁ ବହୁ ନେତା ଏବଂ କର୍ମୀ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ନାମ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇଛି। କାରଣ ଦଳରୁ ନବୀନଙ୍କ ବ୍ୟତୀତ ଆଉ କେହି ଏହିି ପଦ ଲାଗି ନାମାଙ୍କନପତ୍ର ଦାଖଲ କରି ନ ଥିଲେ। ପୂର୍ବରୁ ମଧ୍ୟ ୧୯ରେ ନବୀନ ସଭାପତି ଭାବେ ୯ମ ଥର ଲାଗି ଦାୟିତ୍ୱ ନେବେ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଥିଲା। ଅନ୍ୟପଟେ ଦଳର ରାଜ୍ୟ ପରିଷଦ ବୈଠକ ଶଙ୍ଖ ଭବନଠାରେ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।

ତେବେ ଆଗକୁ ଦଳର ରଣନୀତି କ’ଣ ହେବ ଏବଂ ଦଳର କେଉଁ ସବୁ ସଙ୍ଗଠନର ଦାୟିତ୍ୱ କେଉଁମାନଙ୍କୁ ବଣ୍ଟାଯିବ ସେସବୁ ବିଷୟରେ ଆଲୋଚନା ହୋଇପାରେ। ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଙ୍ଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ।

ଅନ୍ୟପଟେ ଦଳରେ ବହୁ ବରିଷ୍ଠ ନେତାମାନେ କିଛିଦିନ ହେବ ସିଧାସଳଖ ନବୀନଙ୍କୁ ବିଭିନ୍ନ କଥାରେ ଚ୍ୟାଲେଞ୍ଜ କରିବାରେ ଲାଗିଛନ୍ତି। ଯାହାକୁ ନେଇ ଦଳ ଭିତରେ ଏକ ଭିନ୍ନ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଦଳ ସାଙ୍ଗଠନିକ ନିର୍ବାଚନ ଏବଂ କାହାକୁ କେଉଁ ଦାୟିତ୍ୱ ଦେବ ସେସବୁ ସ୍ଥିର କରିବା ଦିଗରେ ଦଳୀୟ ମୁଖିଆଙ୍କ ଚିନ୍ତା ବଢ଼ିଯାଇଛି। ତେବେ ନବୀନ ସଭାପତି ଦାୟିତ୍ୱ ନେବା ପରେ ରାଜ୍ୟ ପରିଷଦ ବୈଠକରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।

Leave A Reply

Your email address will not be published.