ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

କାଜୁ ତୋଳାରୁ ଗୋଷ୍ଠୀ ସଂଘର୍ଷ, ୨୦ ଜଣ ଆହତ

0

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବାଲିଡିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ସରକାରୀ ଜମିରୁ କାଜୁ ତୋଳିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ୫ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଦେବୀ ନଦୀ ମଝିରେ ଥିବା ସୁନେଇଡିଆ ନାମକ ସରକାରୀ ଟାପୁକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ସୁନେଇଡିଆ ନାମକ ସରକାରୀ ଟାପୁକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ନଦୀ ମଝିରେ ଥିବା ଏହି ସରକାରୀ ଜମିରେ ବାଲିଡିଆ ଗାଁ ଲୋକେ ଦୀର୍ଘ ବର୍ଷ ଧରି କାଜୁ ଚାଷ କରି ଆସୁଛନ୍ତି। ଆଜି ସକାଳେ କିଛି ଲୋକ ସେଠାକୁ କାଜୁ ତୋଳିବାକୁ ଆସିଥିଲେ।

ପୂର୍ବରୁ କାଜୁ ତୋଳିବାକୁ ଆସିଥିବା ଜଗସିଂହପୁର ଜିଲ୍ଲା ତରାସାହି ଗାଁର ୨ ଶହରୁ ଅଧିକ ଲୋକ ବାଲିଡିଆବାସୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ବାଲିଡିଆ ଗାଁ ଲୋକ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ୫ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.