ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

0

ଭଦ୍ରକ: ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ। ମୃତ ମହିଳା ହେଲେ ରାନ୍ଦିଆ ପଞ୍ଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡା। ସେ ଶ୍ୱାସ ଓ ଥାଇରଏଡ଼ ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ହସ୍ପିଟାଲକୁ ଆସିଥିଲେ ଏବଂ ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ।

ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ଉପରକୁ ନିଆ ଯାଉଥିବା ବେଳେ ହଟାତ ଲିଫ୍ଟ ଡୋରରେ ମହିଳା ଜଣଙ୍କ ଚାପି ହୋଇ ଯାଇଥିଲେ। ସୌଭାଗ୍ୟ ବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସିଥିଲେ। ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିବା ସହ ଯାହା ସରକାରଙ୍କ ସହାୟତା ରହିଛି ତାହା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ସେହିପରି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତକଙ୍କୁ ବାହାର କରାଯାଉଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.