ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ

0

ବାଲେଶ୍ୱର: ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ। ଗାଁ ଶ୍ମଶାନରେ ଜଳିଲା ଆତଙ୍କୀ ଗୁଳିର ଶିକାର ପ୍ରଶାନ୍ତ ଶତପଥୀଙ୍କ ଚିତା। ଲୁହ ଛଳଛଳ ଆଖିରେ ପ୍ରଶାନ୍ତଙ୍କୁ ଅଶ୍ରୁଳ ବିଦାୟ ଜଣାଇଲା ଜନ୍ମମାଟି। କୁନି ପୁଅ ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପ୍ରଶାନ୍ତ ଶତପଥୀ। ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁ ଶ୍ମଶାନରେ ଜଳିଛି ପ୍ରଶାନ୍ତଙ୍କ ଚିତା।

ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଗତରାତିରେ ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ଆଜି ଭୋରରୁ ଜନ୍ମମାଟି ବାଲେଶ୍ୱର ଇସାଣୀରେ ପହଞ୍ଚିଥିଲା। ହଜାର ହଜାର ଲୋକ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ଛୁଟି କାଟିବାକୁ ଖୁସିରେ କାଶ୍ମୀର ଯାଇଥିବା ପୁଅ ଶବ ହୋଇ ଫେରିବା ପରେ କେହି ବି କୋହ ସମ୍ଭାଳିପାରିନଥିଲେ। ମଙ୍ଗଳବାର ପହଲଗାମ ଆତଙ୍କୀ ହମଲାରେ ପତ୍ନୀ ଓ ପୁଅଙ୍କ ଆଖି ଆଗରେ ପ୍ରଶାନ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ।

ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ।

Leave A Reply

Your email address will not be published.