ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ମେ ୨ରୁ ଓଜେଇଇ ପରୀକ୍ଷା ଆରମ୍ଭ

0

ଭୁବନେଶ୍ଵର: ଆସନ୍ତା ମେ’ ୨ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ। କମ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା କରାଯିବ। ପ୍ରଥମ ସିପ୍ଟ ପରୀକ୍ଷା ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ସିପ୍ଟ ପରୀକ୍ଷା ମଧ୍ୟାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ୨ଟା ୩୦ଯାଏ ଏବଂ ତୃତୀୟ ସିପ୍ଟଟି ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ଯାଏ ଚାଲିବ ନେଇ ସୂଚନା ରହିଛି।

ମେ ୨ରେ ୩ଟି ସିଫ୍ଟରେ ବି.ଫାର୍ମ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ୩ ତାରିଖରେ ବି.ଫାର୍ମ, ଏଲ୍‌ଇ.ଟେକ୍‌(ଡିପ୍ଲୋମା) ଏବଂ ଏମ୍‌ବିଏ ପାଇଁ ପରୀକ୍ଷା ହେବ। ୫ ତାରିଖରେ ଏଲଇ.ଟେକ୍‌(ଡିପ୍ଲୋମା), ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି. କ୍ୟାଟ୍‌ ଏବଂ ଏଲଇ.ଟେକ୍‌ ବିଏସସି ରହିଥିବା ବେଳେ ୬ ତାରିଖରେ ଏମ୍‌ସିଏ, ବି.କ୍ୟାଟ,ଏମ୍‌.ଫାର୍ମ, ଏମ୍‌ ଆର୍କ, ଏମ.ପ୍ଲାନ୍‌ ଓ ଏମ୍‌. ଟେକ ପରୀକ୍ଷା ରହିଛି। ସେହିପରି ୧୦ ତାରିଖରେ ବେସିକ ବିଏସ୍‌ସି ନର୍ସିଂ ରହିଥିବା ବେଳେ ୧୧ ତାରିଖରେ ବେସିକ ବିଏସ୍‌ସି ନର୍ସିଂ, ପୋଷ୍ଟ ବେସିକ ଡିପ୍ଲୋମା ନର୍ସିଂ ଏବଂ ଏମ୍‌.ଏସ୍‌ସି ନର୍ସିଂ ରହିଛି। ୧୨ ତାରିଖରେ କେବଳ ଏଲଇ.ଟେକ୍‌(ଡିପ୍ଲୋମା) ରହିଥିବା ବିଜ୍ଞପ୍ତିରୁ ଜଣାପଡିଛି। ପରୀକ୍ଷା ପାଇଁ ଛାତ୍ରୀଛାତ୍ର ଓଜେଇଇ ଓ୍ବେବ୍‌ସାଇଟ୍‌ରୁ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.