ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର

0

ଆନ୍ଧ୍ରପ୍ରଦେଶ; ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସୀମାଞ୍ଚଳମ୍‌ର ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ବଡ଼ ଅଘଟଣ ଘଟିଛି। ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନ ଉତ୍ସବ ଚାଲିଥିବା ବେଳେ ଭୁଷୁଡି ପଡିଲା ୨୦ ଫୁଟର କାନ୍ଥ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡକାଲରେ ଭର୍ତ୍ତି କରାଯାଇଛି। ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ। ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ଆଜି (ବୁଧବାର) ବିଶାଖାପାଟଣା ସୀମାଞ୍ଚଳମ୍‌ର ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ବାର୍ଷିକ ଚନ୍ଦନୋତ୍ସବ ପାଳନ କରାଯାଉଥିଲା। ଏଥିପାଇଁ ଭୋର ସମୟରେ ମନ୍ଦିର ପରିସରରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିରର ଟିକେଟ କାଉଣ୍ଟର ପାଖରେ ପ୍ରବଳ ବର୍ଷା ଫଳରେ ଭିଜି ଯାଇଥିବା ୨୦ ଫୁଟର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥର ଭଗ୍ନାବଶେଷ ତଳେ ଅନେକ ଭକ୍ତ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ବିପର୍ଯ୍ୟୟ ଏବଂ ଗୃହମନ୍ତ୍ରୀ ବଙ୍ଗଲାପୁଡି ଅନିତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.