ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର

0

ଆନ୍ଧ୍ରପ୍ରଦେଶ; ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସୀମାଞ୍ଚଳମ୍‌ର ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ବଡ଼ ଅଘଟଣ ଘଟିଛି। ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନ ଉତ୍ସବ ଚାଲିଥିବା ବେଳେ ଭୁଷୁଡି ପଡିଲା ୨୦ ଫୁଟର କାନ୍ଥ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡକାଲରେ ଭର୍ତ୍ତି କରାଯାଇଛି। ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ। ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ଆଜି (ବୁଧବାର) ବିଶାଖାପାଟଣା ସୀମାଞ୍ଚଳମ୍‌ର ଶ୍ରୀବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ବାର୍ଷିକ ଚନ୍ଦନୋତ୍ସବ ପାଳନ କରାଯାଉଥିଲା। ଏଥିପାଇଁ ଭୋର ସମୟରେ ମନ୍ଦିର ପରିସରରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିରର ଟିକେଟ କାଉଣ୍ଟର ପାଖରେ ପ୍ରବଳ ବର୍ଷା ଫଳରେ ଭିଜି ଯାଇଥିବା ୨୦ ଫୁଟର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥର ଭଗ୍ନାବଶେଷ ତଳେ ଅନେକ ଭକ୍ତ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ବିପର୍ଯ୍ୟୟ ଏବଂ ଗୃହମନ୍ତ୍ରୀ ବଙ୍ଗଲାପୁଡି ଅନିତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.