ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ପହଲଗାଓଁ ଆବେଦନର ଶୁଣାଣି କଲେନି ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ପହଲଗାଓଁ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ଏନେଇ କୌଣସି ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିବା ସହ ଏଭଳି ସମୟରେ ଆବେଦନକୁ ନିନ୍ଦା ମଧ୍ୟ କରିଛନ୍ତି।

ତେବେ ଗତ ୨୩ ତାରିଖରେ ପହଲଗାମର ସେ ଛାତିଥରା ଘଟଣା, ଯାହା ୨୬ରୁ ଅଧିକ ଲୋକଙ୍କ ଜୀବନ ନେଇଛି, ତାକୁ ନେଇ ଭାରତୀୟ ସେନା ଏବେ ପ୍ରତିଉତ୍ତର ଦେବାରେ ଲାଗିଛନ୍ତି। ଲଗାତାର ପାକ୍ ସେନାକୁ କଡା ଜବାବ ଦେଉଛନ୍ତି ଭାରତୀୟ ସେନା। ଏଥିରେ ୩ ଆକ୍ରମଣକାରୀଙ୍କ ସ୍କେଚ୍ ମଧ୍ୟ ଜାରି ହୋଇଛି। ଯାହାକୁ ଖୋଜୁଛି ଭାରତ। ଏହାକୁ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ତଦନ୍ତ ନେଇ ଆବେଦନ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକୁ ଗ୍ରହଣ କରିବାକୁ ମନା କରି ଏଭଳି କାର୍ଯ୍ୟ କରିବା ପୂର୍ବରୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଉପରେ ବିଚାର କରାଯିବା ଉଚିତ୍ ଥିଲା ବୋଲି କହିଛନ୍ତି।

ଏନେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ସମୟ। ବର୍ତ୍ତମାନ ଆବେଦନର ସମୟ ନୁହେଁ। ଯେତେବେଳେ ପ୍ରତ୍ୟେକ ଭାରତୀୟ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ହାତ ମିଳାଇଛନ୍ତି। ଏହାକୁ ନ୍ୟାୟିକ ତଦନ୍ତ ଭିତରକୁ ଟାଣି ସେନାର ମନୋବଳକୁ ଦୁର୍ବଳ କରନ୍ତୁ ନାହିଁ। ପ୍ରସଙ୍ଗର ସମ୍ବେଦନଶୀଳତା ବୁଝନ୍ତୁ। ଏଭଳି କଠିନ ସମୟରେ ଏକଜୁଟ ରୁହନ୍ତୁ। ବିଚାରପତିଙ୍କ କାମ ତଦନ୍ତ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ସୁପ୍ରିମକୋର୍ଟ।

ତେବେ ପହଲଗାଓଁ ଆକ୍ରମଣ ପରେ, ଏକ ଏସଆଇଟି ଗଠନ କରି ଏହି ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଯାହାକୁ ଗ୍ରହଣ ନକରି କିଛି ଏପରି ଶୁଣାଣି କରିଛନ୍ତି କୋର୍ଟ।

Leave A Reply

Your email address will not be published.