ପ୍ରମୁଖ ଖବର

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ
ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ନୋ-ଫ୍ଲାଇଂ ଜୋନ୍ ଘୋଷଣା
୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପୂର୍ବତନ ପିଇଓ
ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି

ଭଦ୍ରକ ବାଣ ଗୋଦାମରେ ବିସ୍ଫୋରଣ

0

ଭଦ୍ରକ: ଭଦ୍ରକରେ ବାଣ ବିସ୍ଫୋରଣ। ଭଦ୍ରକ ପୁରୁଣା ବଜାର ଥାନା ହଳଦୀଡିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ଏଥିରେ ୧୧ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଗୁରୁତରଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଆଖପାଖ ଅଞ୍ଚଳରୁ ଲୋକେ ଧାଇଁ ଆସିଥିଲେ।
ସୂଚନାଯୋଗ୍ୟ, ଭଦ୍ରକ ପୁରୁଣା ବଜାର ଥାନା ହଳଦୀଡିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ମଙ୍ଗଳବାର ବିସ୍ଫୋରଣ ଘଟିଥିଲା। ଏଥିରେ ୧୧ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.