ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କାଠଯୋଡ଼ିରେ ୨ ଇଞ୍ଜିନିୟର ବୁଡିଯିବା ଘଟଣା; ମିଳିଲା ଆଉ ଜଣଙ୍କ ମୃତଦେହ

0

କଟକ: ଗତକାଲି ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ଯାଇଥିଲେ ୨ ଇଞ୍ଜିନିୟର ନିଖୋଜ ଘଟଣାରେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍‌ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି।

ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଯୁବ ଇଞ୍ଜିନିୟର ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ହଠାତ୍ ଗୋଡ ଖସିଯିବାରୁ ଉଭୟ ବୁଡିଯାଇଥିଲେ । ପରେ ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି କଟକ ଅଗ୍ନିଶମ କର୍ମଚାରୀ। ତେବେ ଗତକାଲି ରୁତିକେସ୍‌ଙ୍କ ମୃତଦେହ ମିଳିଥିବାବେଳେ ଆଜି ଋତିକ୍‌ଙ୍କ ମୃତଦେହ ମିଳିଛି।

Leave A Reply

Your email address will not be published.