ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଉପ-ଜିଲାପାଳ

0

କଳାହାଣ୍ଡି: ୧୦ ଲକ୍ଷ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧିମନ ଚକମା। ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଧିମନଙ୍କ ବାସଭବନରୁ ପୁଳାପୁଳା ଟଙ୍କା ଜବତ ହୋଇଛି। କଳାହାଣ୍ଡି ଜି୍‌ଲଲା ଧର୍ମଗଡରେ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ବିରୋଧରେ ଆଗରୁ ବାରମ୍ବାର ଅଭିଯୋଗ ଆସିଥିଲା।

ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ସେ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲେ। ଅଭିଯୁକ୍ତ ଉପ-ଜିଲାପାଳ ଅଭିଯୋଗକାରୀଙ୍କୁ ତାଙ୍କ ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ସେ ନିଜ ହାତରେ ଟଙ୍କା ସବୁ ଯାଞ୍ଚ କରି ତାଙ୍କ ବାସଭବନର ଅଫିସ ଟେବୁଲ ଡ୍ରୟରରେ ରଖିଥିଲେ। ତାଙ୍କ ଉଭୟ ହାତ ଧୋଇବା ଏବଂ ଟେବୁଲ ଡ୍ରୟାର ଧୋଇବା ପରେ ରାସାୟନିକ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଛି।

ଏହା ପରେ, ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ସରକାରୀ ବାସଭବନରୁ ମୋଟ ୫୭ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି। ତଲାସୀ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.