ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ସମରେ ପ୍ରଥମ ଥର ପାଇଁ ଫିଜିଓଥେରାପି ମାଧ୍ୟମରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ ଧରି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି।
ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାରା ଦେଶରୁ ପ୍ରାୟ ୭୭ ଜଣ ମହିଳା ଫିଜିଓଥେରାପିଷ୍ଟ ଯୋଗ ଦେଇଥିବା ବେଳେ ଅହମ୍ମଦାବାଦର ବିଶିଷ୍ଟ ଫିଜିଓଥେରାପି ବିଶେଷଜ୍ଞ ଡାକ୍ତର ଧାରା ଶାହ କର୍ମଶାଳାର ପ୍ରସଙ୍ଗକୁ ନେଇ ତଥ୍ୟ ପ୍ରଦାନ କରିଥିଲେ।
ଶରୀରରେ ପେଲଭିକ ଫ୍ଲୋର ମାଂସପେଶୀ ଖୁବ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ମୂତ୍ରାଶୟ, ଗର୍ଭାଶୟ, ଗର୍ଭାଶୟ ନଳୀ, ଡିମ୍ବାଶୟ, ମୂତ୍ରନଳୀ, ମଳାଶୟ, ମଳାଶୟ ନଳୀ, ଡିମ୍ବକୋଷ ତଥା ମଳତ୍ୟାଗ ଓ ମୂତ୍ର୍ରାଶୟର ନିୟନ୍ତ୍ରଣ କାର୍ଯ୍ୟରେ ସହଯୋଗ କରିଥାଏ। କର୍ମଶାଳାରେ ପରିସ୍ରା ଏବଂ ମଳ କ୍ଷରଣ ଏବଂ କୋଷ୍ଟକାଠିନ୍ୟ, ଯୌନ କାର୍ଯ୍ୟରେ ଅନିୟମିତତା ଭଳି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ପ୍ରଥମ ଥର ପାଇଁ ଏକ ଇଂଟିମେଟ ହେଲ୍‌ଥ ଚେକ୍‌ଅପ୍ କ୍ଲିନିକ୍ ଆରମ୍ଭ କରିବାର ଯୋଜନା କରୁଥିବା ହସ୍ପିଟାଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ରାଜ୍ୟର ପ୍ରଥମ ଥର ପାଇଁ ମହିଳା ଫିଜିଓଥେରାପିଙ୍କୁ ନେଇ ଏଭଳି କର୍ମଶାଳା ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.