ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ

0

ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ। ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା। ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ସୂଚନା ଦେଇଛନ୍ତି।ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ଵାସ୍ଥ୍ୟ ଟିମ୍ ମାନେ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ବିଭାଗୀୟ ଶାସନ ସଚିବ ଅଶ୍ଵଥି ଏସ୍.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଵାସ୍ଥ୍ୟସେବା ଏବଂ ଜନ ସ୍ଵାସ୍ଥ୍ୟସେବା ଟିମ୍ ମାନେ ସମନ୍ୱିତ ଭାବେ କ୍ଷେତ୍ରସ୍ତରୀୟ କାର୍ଯକ୍ରମକୁ ସଘନ ଓ ଲକ୍ଷଭେଦୀ କରିଛନ୍ତି।

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତରଙ୍କ ସମେତ ରାଜ୍ୟସ୍ତରରୁ ସ୍ଵତନ୍ତ୍ର ଭାବେ ୨ଟି ରାପିଡ ଆକ୍ସନ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜିଲ୍ଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସ୍ତରୀୟ ଟିମ୍‌ରେ ଡାକ୍ତର, ମାଇକ୍ରୋବାୟୋଲୋଜି ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀ ଆଦିଙ୍କୁ ସାମିଲ କରାଯାଇଛି। ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦ୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି।
ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ସେବା ନିମନ୍ତେ ନିୟୋଜନ କରାଯାଇଛି। ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଚିକିତ୍ସାଳୟମାନଙ୍କୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମଡ଼ିକାଲରେ ଚିକିତ୍ସା କରାଯାଉଛି। ରେଫର ହୋଇଆସିଥିବା ରୋଗୀମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍.ସି.ବି ର ଅଧ୍ୟକ୍ଷଙ୍କୁ କୁହାଯାଇଛି।

Leave A Reply

Your email address will not be published.