ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ପୁଣି ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

0

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାରେ ଲାଗିଛି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକସ୍ଥଳୀ ଜନିତ ସମସ୍ୟା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ବିଭାଗ ତତ୍ତ୍ଵାବଧାନରେ ରହିଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ତେବେ ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏବେ ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜୁନ୍ ୭ ତାରିଖରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ କୁହାଯାଉଥିଲା ଯେ ଏହା ଏକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଥିଲା ।

ସେହି ସମୟରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଥିଲେ, ‘ଉଚ୍ଚ ରକ୍ତଚାପ ଅଭିଯୋଗ କରିବା ପରେ ସୋନିଆ ଗାନ୍ଧୀଙ୍କୁ ସିମଲାର ଏକ ହସ୍ପିଟାଲରେ ପରୀକ୍ଷା କରିବାକୁ ପଡିଥିଲା।’ ତଥାପି, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ଅଛି । ଏହା କେବଳ ଏକ ନିୟମିତ ଯାଞ୍ଚ ଥିଲା ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ।

Leave A Reply

Your email address will not be published.