ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଅଣ ସେବାୟତଙ୍କୁ ରଥ ଉପର ମନା

0

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ସଂସ୍କାର ଓ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଅଣ ସେବାୟତମାନେ ରଥ ଉପରକୁ ଚଢିଲେ ଗିରଫ ହେବେ।

ରଥରେ ସେବାୟତମାନେ ମୋବାଇଲ ବ୍ୟବହାର କରିପାରିବେନି। ଠାକୁରଙ୍କ ପହଣ୍ଡି ସମୟରେ କେଉଁ ସେବାୟତ ଉପସ୍ଥିତ ରହିବେ , ତାହାର ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ ସେବାୟତ ମାନଙ୍କର ମଧ୍ୟ ତାଲିକା କରାଯିବ। ନିଯୋଗ ଗୁଡିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ କରାଯାଇ ଶୃଙ୍ଖଳିତ ଘୋଷଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା, ଠାକୁରଙ୍କ ନୀତିକାନ୍ତି ସୂଚାରୁରୂପେ ପାଳନ ନେଇ ଦଇତାପତି ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛି। ମହାପ୍ରଭୁଙ୍କ ପହଣ୍ଡି ନୀତିକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀକୁ ଠିକ୍ ଭାବେ ପାଳନ କରାଯିବ। ପହଣ୍ଡି ସମୟରେ କେବଳ ପ୍ରାଧିକୃତ ସେବାୟତ ରହିବେ। ପହଣ୍ଡି ଦଳ ପାଇଁ ପ୍ରତ୍ୟେକ ରଥରେ ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। ରଥ ଉପରେ ଅଣ ସେବାୟତଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ। ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ୁଥିବାରୁ ସମସ୍ତ ନୀତିକାନ୍ତି ସୂଚାରୁରୂପେ କରାଯିବ। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିବା ଘଟଣାରେ ଭିଡିଓ ଫୁଟେଜ ଯାଞ୍ଚ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.