ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଯାଜପୁରରେ ପୁଣି ୫ ହୋଟେଲକୁ ସିଲ୍ କଲା ପ୍ରଶାସନ

0

ଯାଜପୁର: ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପୁଥିବା ବେଳେ ଏବେ ଯାଜପୁରରେ ଆଉ ୫ ହୋଟେଲ ସିଲ୍। ଦର୍ପଣ ତହସିଲ ପ୍ରଶାସନ ଆଉ ୫ ହୋଟେଲ ସିଲ୍ କରିଛି। ଚଣ୍ଡିଖୋଲରେ ଗୋଟିଏ ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ୪ଟି ହୋଟେଲକୁ ସିଲ୍ କରିଛି ଦର୍ପଣ ତହସିଲ ପ୍ରଶାସନ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଏହି ହୋଟେଲ ଗୁଡିକ ବନ୍ଦ ରହିବ। ପୁଣି ପାଣି ନମୁନା ପରୀକ୍ଷା କରାଯାଇ ଭଲ ରିପୋର୍ଟ ଆସିଲେ ହୋଟେଲ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ।

ଯାଜପୁରରେ ଏବେ ଧୀରେ ଧୀରେ ସଂକ୍ରମଣ କମୁଥିଲେ ମଧ୍ୟ ପୁଣି ଯେପରି ଭୟଙ୍କର ରୂପ ନନିଏ, ତା ଉପରେ କଡ଼ା ନଜର ରହିଛି। ହୋଟେଲ ଓ ଢାବା ଗୁଡ଼ିକୁ ସିଲ୍ କରୁଛି ପ୍ରଶାସନ। ଜୁନ ୯ ତାରିଖରୁ ଯାଜପୁରରେ କାୟା ମେଲାଇଛି ଝାଡାବାନ୍ତି। ତେଣୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି।

ଅନ୍ୟପଟେ ଦୂଷିତ ପାନୀୟ ଜଳ, ବିଳମ୍ବିତ ଚିକିତ୍ସା ଓ ସଚେତନତାର ଅଭାବ ଡାଇରିଆର ମୁଖ୍ୟ କାରଣ ବୋଲି କୁହାଯାଉଛି। ସେପଟେ ଜିଲ୍ଲାରେ ଏବେ ପର୍ଯ୍ୟନ୍ତ ୧୫୮ ଜଣ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଡାଇରିଆ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ୧୬ ଜଣ କଲେରା ପଜିଟିଭି ଚିହ୍ନଟ ହୋଇଛନ୍ତି।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ୩ ଜଣ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଭୋଜି ଓ ପାନୀୟ ଜଳ ଲାଗି ଏହା ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ବେଆଇନ ଭାବେ ଚାଲୁଥିବା ପାଣି କାରଖାନା ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.