ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଆଇନମନ୍ତ୍ରୀ କହିଲେ ଭିଡ଼ ନିୟନ୍ତ୍ରଣରେ ପୋଲିସ ବିଫଳ

0

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିର ଆଗରେ ଦଳା ଚକଟାରେ ଚାଲିଗଲା ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ। ଯାହାକୁ ନେଇ ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଉଦବେଗ। ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅବହେଳା ପାଇଁ ସେ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି।

ସେହିପରି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଏହି ଘଟଣା ପରେ ମୁଁ ଅତ୍ୟନ୍ତ ମର୍ମାହତ, ମହାପ୍ରଭୁ ନିକଟରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗକୁ ସମବେଦନା ଜଣାଉଛି ବୋଲ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଏପରି ସମୟରେ ତାଙ୍କ ପରିବାରବର୍ଗକୁ ମହାପ୍ରଭୁ ଅସୀମ ଧେର୍ଯ୍ୟ ଦିଅନ୍ତୁ। ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏଥିସହ ଏହି ଘଟଣାରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ।

ପୃଥ୍ବୀରାଜ କହିଛନ୍ତି ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଭିଡ଼ ନିୟନ୍ତ୍ରଣ କରିବା ମନ୍ତ୍ରିସ୍ତରୀୟ କମିଟିର ଦାୟିତ୍ବ ନୁହେଁ। ଅବହେଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିବେ।

ଆଗକୁ ସେ କହିଛନ୍ତି, ରାତି ୧୨ଟା ସୁଦ୍ଧା ମହାପ୍ରଭୁଙ୍କର ନୀତିକାନ୍ତି ସରିବା ପରେ ପହଡ଼ ପଡ଼ିଥିଲା। ଦର୍ଶନ ପାଇଁ କିଛି ଭକ୍ତ ତଳେ ଅପେକ୍ଷା କରି ବସିଥିଲେ। ଆଜି ଭୋରୁ ପହଡ଼ ଫିଟିବା ପରେ ଭକ୍ତଙ୍କ ସୁଅ ଛୁଟିଥିଲା। ଭିଡ଼ ସମୟରେ କିଛି ଭକ୍ତ ପଛପଟୁ ଧକ୍କା ଦେଇଥିଲେ। ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ଡିଜି ଘଟଣା ସ୍ଥଳରେ ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.