ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ

0

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଣ୍ଟି ରାଗିଂ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ହଷ୍ଟେଲ ୱାର୍ଡେନ ବାରଣ କରିବା ସତ୍ତ୍ୱେ ଏହି ରାଗିଂ କରାଯାଇଥିଲା। ରାତି ଅଧରେ ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ଡାକି ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର।

ଅଭିଯୋଗ ପାଇ ୱାର୍ଡେନ ପହଞ୍ଚି ଥିଲେ। ଏପରି ନକରିବାକୁ ସିନିଅର ଛାତ୍ର ମାନଙ୍କୁ କହିଥିଲେ। ଏପରିକି ୱାର୍ଡନଙ୍କୁ ତୃତୀୟ ବର୍ଷର ଅନ୍ତେବାସୀମାନେ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାରେ ୧୦ ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଥାଉକି, ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ୧୦ ଜଣ ହଷ୍ଟେଲ ଅନ୍ତେବାସୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ଆଣ୍ଟି ଗ୍ୟାଙ୍ଗି ସେଲ୍‌ର ବୈଠକ ପରେ ନିଆଯାଇଛି ନିଷ୍ପତ୍ତି। ଯେଉଁ ମାନଙ୍କ ନାଁ ରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ। ତେବେ ରାଗିଂ ଅଭିଯୋଗର ସତ୍ୟତା ତଦନ୍ତ କରାଯିବ ବୋଲି ଚିଫ ୱାଡେନ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.