ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ

0

ନ୍ୟୁଜବ୍ୟୁରୋ: ବାଲେଶ୍ୱର ଓ ବଳଙ୍ଗାରେ ପେଟ୍ରୋଲ ଦୂରୁପଯୋଗ ସମ୍ପର୍କିତ ଅଘଟଣ ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଖୋଲା ପାତ୍ର କିମ୍ବା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି। ଏନେଇ ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏହି ବୈଠକରେ ଓଡ଼ିଶା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ବୈଠକ ପରେ ନୂଆ ନିୟମାବଳୀ ଶୀଘ୍ର ଜାରି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗତ ୧୨ ଜୁଲାଇରେ ବାଲେଶ୍ୱର ଫକୀର ମୋହନ କଲେଜର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବଳଙ୍ଗାରେ ଜଣେ ୧୫ ବର୍ଷୀୟା ଝିଅଙ୍କୁ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ରହିଛି। ଯିଏକି ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁଇ ଅଘଟଣ ପେଟ୍ରୋଲର ଦୁରୁପଯୋଗକୁ ସୂଚାଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଓଡ଼ିଶା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ନିଷ୍ପତ୍ତି ନେଇଛି ଯେ, ଜୁଲାଇ ୨୧, ୨୦୨୫ ଠାରୁ ରାଜ୍ୟର ପ୍ରାୟ ୩,୦୦୦ ପେଟ୍ରୋଲ ପମ୍ପରେ ଖୋଲା ପାତ୍ର କିମ୍ବା ବୋତଲରେ ପେଟ୍ରୋଲ ବିକ୍ରି ବନ୍ଦ ହେବ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଅତି ଜରୁରୀ ପରିସ୍ଥିତିରେ ଆଧାର କାର୍ଡ଼ର ଜେରକ୍ସ ରଖି ସୀମିତ ପରିମାଣରେ ପେଟ୍ରୋଲ ଦିଆଯାଇପାରିବ। ଏହି ନିୟମ କଡ଼ାକଡ଼ି ପାଳନ ପାଇଁ ସଂଘ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି।

ଗ୍ରାମାଞ୍ଚଳ ଓ ପେଟ୍ରୋଲ ପମ୍ପଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ଅନେକ ଦୋକାନରେ ଖୋଲା ପେଟ୍ରୋଲ ବିକ୍ରି ହେଉଥିବା ଦେଖାଯାଏ, ଯାହାର ଦୁରୁପଯୋଗ ହେଉଛି। ଏହି ନୂଆ ନିୟମ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି।

ଏହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ଏହି ଅଘଟଣଗୁଡ଼ିକ ଆମକୁ ସତର୍କ କରିଛି। ପେଟ୍ରୋଲ ଓ ଡିଜେଲର ନିରାପଦ ବ୍ୟବହାର ପାଇଁ କଡ଼ା ନିୟମ ଜରୁରୀ। ଆଜିର ବୈଠକ ପରେ ନୂଆ ଗାଇଡ଼ଲାଇନ ଶୀଘ୍ର ଜାରି ହେବ। ହେଲେ ଅନେକ ସ୍ଥାନରେ ଯେପରିକି ବିଲରେ ଟ୍ରାକ୍ଚର, ନଦୀରେ ନୌକା ଚଳାଇବାରେ ପେଟ୍ରୋଲ ବ୍ୟବହାର ହୁଏ। ଏହି ସମୟରେ ଏମାନେ କିଭଳି ପେଟ୍ରୋଲ ପାଇବେ ତାହା ମଧ୍ୟ ଚିନ୍ତାଜନକ। ଏପରି ସ୍ଥିତିରେ ସରକାର ଆଜି ବୈଠକ କରି ସମସ୍ତ ଦିଗକୁ ଅନୁଧ୍ୟାନ କରି ନିୟମାବଳୀ ପ୍ରସ୍ତୁତ କରିବେ ବାେଲି ସୂଚନା ରହିଛି।

Leave A Reply

Your email address will not be published.