ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍

0

ନୂଆଦିଲ୍ଲୀ: ନିମାପଡା ଜିଲ୍ଲା ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଆଁ ଲଗଇ ପୋଡିଦେବା ମାମଲାରେ ସ୍ପେସିଆଲ ସ୍କ୍ବାଡ୍‌ର ୩ଟି ଟିମ ଓ ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ତଦନ୍ତ କରୁଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି।

୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଟ୍ରାକ କରୁଛି ସାଇବର ପୋଲିସ ଅନ୍‌ଲାଇନ୍‌ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୁଲିସ ପଚରାଉଚରା ଜାରି ରଖିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଆଜି ଦିଲ୍ଲୀ ଏମ୍ସର ଅନୁମତି ମାଗିପାରେ ପୋଲିସ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ପୋଲିସ୍ ଟିମ୍।

ସୂଚନାଯୋଗ୍ୟ, ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ମାତ୍ର ସେ ଅଜଣା ଯୁବକ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ, ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ହସ୍ତଗତ ହୋଇନାହିଁ।

Leave A Reply

Your email address will not be published.