ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?

0

ନୂଆଦିଲ୍ଲୀ: ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୌତିକ ମହଲ ଗରମ ରହିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ସମୟରେ ଅନେକ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି। କୁହାଯାଉଛି ଏମାନେ ଉପରାଷ୍ଟ୍ରପତି ରେସ୍‌ରେ ଅଛନ୍ତି। ତାକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ଏଯାଏ ସରକାରୀ ସୂଚନା ମିଳିପାରିନାହିଁ।
ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇ ଧନଖଡ଼ ପଦ ଛାଡିଥିବା ବେଳେ ବିରୋଧୀ ଇସ୍ତଫା ପଛରେ କାରଣକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି।ରାଜନୈତିକ ବିଶେଷଜ୍ଞ ମଧ୍ୟ ତମାମ ଆକଳନ କରୁଛନ୍ତି। ଅନେକ ଏହାକୁ ଆଗାମୀ ବିହାର ନିର୍ବାଚନ ସହ ଯୋଡି ଦେଖୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପର୍ଯ୍ୟନ୍ତ, ସୋସିଆଲ ମିଡିଆରେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଅନେକ ନାଁ ଚର୍ଚ୍ଚା ଚାଲିଛି।

ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅପରେସନ୍ ସିନ୍ଦୂର ପରେ ବିଦେଶରେ ଭାରତର ଆଭିମୁଖ୍ୟ ରଖିବା ପାଇଁ ହୋଇଥିବା ପ୍ରତିନିଧି ମଣ୍ଡଳୀରେ ଥିଲେ ଥରୁର। ଏହାପରଠୁ ମୋଦି ସରକାରଙ୍କ ସହ ତାଙ୍କ ଘନିଷ୍ଠତା ତଥା କଂଗ୍ରେସ ସହ ବିଭେଦ ତାଙ୍କ ବୟାନରୁ ଖୋଲାଖୋଲି ଦେଖିବାକୁ ମିଳିଛି। ତେଣୁ ଶଶି ଥରୁରଙ୍କ ନାଁ ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ଆଗକୁ ଆସିପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପିର ଭେଟେରାନ୍ ଜେପି ନଡ୍ଡା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ଏସବୁ ନାଁ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏନଡିଏ କିମ୍ବା ବିରୋଧୀ ଦଳ ପକ୍ଷରୁ କୌଣସି ନାଁର ପ୍ରସ୍ତାବ ରଖାଯାଇନି। ତେବେ ଆସନ୍ତା ୬୦ଦିନ ମଧ୍ୟରେ ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ହେବ।

Leave A Reply

Your email address will not be published.