ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ

0

ଭୁବନେଶ୍ୱର: ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ୪ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ପାଇଛି ଭିଜିଲାନ୍ସ। ଭୁବନେଶ୍ବରରେ ଗୋଟିଏ, ଗୁଣପୁରରେ ୨ଟି ବହୁତଳ କୋଠା ଠାବ ହୋଇଛି।

ସେହିପରି ଭୁବନେଶ୍ବରରେ ୩ ଦାମୀ ପ୍ଲଟ୍ ସହ ଦେଢ଼ ଏକର ଜମିର ଫାର୍ମ ହାଉସ୍ ମଧ୍ୟ ଜବତ ହୋଇଛି। ଫାର୍ମହାଉସରେ ଖୋଳତାଡ କରି ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ବଡଗଡ ଫ୍ଲାଟରୁ ସୁନା ଗହଣା, ଦାମୀ ଘଣ୍ଟା, ୬୦ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ୧୦ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ। ତେବେ ଚଢାଉରେ ୬ଜଣ ଡିଏସପି ଓ ୧୦ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ। ଭୁବନେଶ୍ୱରରେ ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ମୂଲ୍ୟବାନ ପ୍ଲଟ, ଗୋଟିଏ ଚାରି ଚକିଆ ଠାବ ହୋଇଛି।ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗତକାଲି ସକାଳୁ ସକାଳୁ ଏହି ଚାଢାଉ ଚାଲିଥିଲା।

ଭୁବନେଶ୍ୱର ବଡ଼ଗଡ଼ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି କରିଥିଲା। ବିଏମସି ଅଫିସ ସମେତ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଥିବା ତିନିମହଲା ଘର, ବାଲିଅନ୍ତା ଫାର୍ମହାଉସ, ରାୟଗଡ଼ା ଗୁଣୁପୁରରେ ଥିବା ପୈତୃକ ଘର ରେଡ୍ କରାଯାଇଥିଲା। ଭିଜିଲାନ୍ସ ବିଭାଗର ୨ ଜଣ ଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୂଖ ଏହି ଚଢାଉରେ ସାମିଲ ଥିଲେ।

Leave A Reply

Your email address will not be published.