ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

0

ଭୁବନେଶ୍ବର: ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।

ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍‌ ସମେତ ନୟାଗଡ଼ର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ବିଶେଷ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।

ଭିଜିଲାନ୍ସ ଟିମ୍‌ ରାଜକିଶୋର ଜେନାଙ୍କ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ସମ୍ପତ୍ତି ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

Leave A Reply

Your email address will not be published.