ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୪୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଏସଆରଏ

0

ବ୍ୟାସନଗର: ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ବ୍ୟାସନଗର ତହସିଲ୍ ଏସଆରଏ ହେମନ୍ତ କୁମାର ପେରେଇଙ୍କୁ ଧରିଲା ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଥିଲା ।

ସୂଚନା ମୁତାବକ, ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ କିରାଣି ପେରେଇ । କାର୍ଯ୍ୟ କରାଇ ଦେବାକୁ କହି ଲକ୍ଷ୍ମୀଧରଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣି ପେରେଇ । ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ ମଧ୍ୟ ସଂପୃକ୍ତ କିରାଣି କିଛି ଶୁଣି ନ ଥିଲେ ।

ଶେଷରେ ନିରାଶ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଲକ୍ଷ୍ମୀଧର । ପୂର୍ବ ଯୋଜନା ମୁତାବକ ଶୁକ୍ରବାର କାର୍ଯ୍ୟାଳୟରେ ସେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ ।

Leave A Reply

Your email address will not be published.