ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରତି ଜିଲାରେ ଖୋଲିବ ମଡେଲ ମଣ୍ଡି : ସମବାୟ ମନ୍ତ୍ରୀ

0

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ବର୍ଷ ସୁଦ୍ଧା ସମସ୍ତ ଜିଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଆବଶ୍ୟକତାକୁ ଦେଖି ବଡ଼ ଜିଲାରେ ୨ଟି ଲେଖାଏ ମଣ୍ଡି ହେବ। ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି ବ୍ୟବସ୍ଥା, ଦୋକାନ, ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଟିଫିନ୍‌ ସେଣ୍ଟର, ପାର୍କିଂ ଆଦି ବ୍ୟବସ୍ଥା ରହିବ। ମଡେଲ ମଣ୍ଡିର ରୂପରେଖ କେମିତି ରହିବ ସେ ନେଇ ସମବାୟ ମନ୍ତ୍ରୀ ବଳସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମଡେଲ ମଣ୍ଡି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ତଥ୍ୟ ରଖିଛନ୍ତି।

Leave A Reply

Your email address will not be published.