ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାର୍ଯ୍ୟ କରିପାରିବେ ମହିଳା

0

ନ୍ୟୁଜବ୍ୟୁରୋ: ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି। ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ। ମାତ୍ର ନାବାଳିକାମାନଙ୍କୁ ଏହି ଅନୁମତି ଦିଆଯିବ ନାହିଁ। ତେବେ ରାତିରେ ମହିଳାମାନେ କାର୍ଯ୍ୟସ୍ଥଳୀରେ କାମ କରିବା ସମୟରେ କି ପ୍ରକାର ସତର୍କତା ଅବଲମ୍ବନ କରାଯିବ ସେନେଇ ଶନିବାର ଶ୍ରମବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତିରେ ଶ୍ରମବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗ୍‌ମ ଦର୍ଶାଇଛନ୍ତି, ରାଜ୍ୟ ସରକାର ଏହା ମାଧ୍ୟମରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି; ଯାହାଦ୍ୱାରା ଘରୋଇ ପ୍ରତିଷ୍ଠାନରେ ମହିଳାମାନଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ଏହାସହିତ ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’କୁ ଆଧାର କରି ସେମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇପାରିବ। ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବଶ୍ୟକ। ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡ଼ିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ଅତି କମରେ ୩ ଜଣ ମହିଳା ରାତି ସିଫ୍ଟରେ ରହିବେ। ମହିଳାଙ୍କୁ ଘରୁ ଆଣିବା ଓ ଛାଡ଼ିବା ପାଇଁ ଜିପିଏସ ଟ୍ରାକିଂ ସିଷ୍ଟମ ଥିବା ପରିବହନ ବ୍ୟବସ୍ଥା ଆବଶ୍ୟକ।

ରାତିରେ ଯେଉଁ ଡ୍ରାଇଭର ରହିବେ ତାଙ୍କର ବାୟୋଡାଟା ଏବଂ ପୋଲିସ ଭେରିଫିକେସନ୍ ଥିବା ଆବଶ୍ୟକ। ସେହିଭଳି ମହିଳାଙ୍କୁ ୱାସ୍ ରୁମ ଏବଂ ପିଇବା ପାଣି ଯୋଗାଇ ଦେବ ସଂସ୍ଥା। ସିଟିଟିଭ ସର୍ଭେଲାନ୍ସରେ ରହିବେ ମହିଳା କର୍ମଚାରୀ। ରାତିରେ କେହି କିଶୋର କର୍ମଚାରୀ କାମ କରିବେ ନାହିଁ। ଏହା ନିଶ୍ଚିତ କରିବେ ସଂପୃକ୍ତ ସଂସ୍ଥା। ମହିଳା କର୍ମଚାରୀଙ୍କ ନିଯୁକ୍ତି ବଢ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.