ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ

0

ନ୍ୟୁଜବ୍ୟୁରୋ: ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ନ୍ୟାୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୮ଟି ନୂଆ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପଦକ୍ଷେପ ନ୍ୟାୟ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଦୁର୍ନୀତି ମାମଲାର ଶୀଘ୍ର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ବିଜ୍ଞପ୍ତି ଅନୁଯାୟୀ, ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଜି. ଉଦୟଗିରିରେ ପ୍ରତିଷ୍ଠା ହେବ। ଏହା ସହିତ, ଦୁର୍ନୀତି ମାମଲା ପାଇଁ ୩ଟି ନୂଆ ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଓଡ଼ିଶା ହାଇକୋର୍ଟର ସହଯୋଗରେ ଏହି କୋର୍ଟଗୁଡ଼ିକ ଚାଲୁ କରିବା ପାଇଁ ଯୋଜନା ଚୂଡ଼ାନ୍ତ ହେଉଛି। ଏହା ରାଜ୍ୟରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.