ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

0

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଏହି ଫାଣ୍ଟାସୀ ଗେମିଂ ଉପରେ ତାଲା ପଡ଼ି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହ ଏବେ ଏହି ଗେମିଂ ଉପରେ ତାଲା ପଡ଼ିବାର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଛି।

ସଂସଦର ମୌସୁମୀ ଅଧିବେସନ ଅବସରରେ ଅନଲାଇନ୍ ଗେମିଂ ବିଲ ପାସ ହୋଇଥିଲା। ସଂସଦର ଉଭୟ ଗୃହ, ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଅନଲାଇନ୍ ଗେମିଂ ପ୍ରମୋସନ ଓ ରେଗୁଲେସନ ବିଲକୁ ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ସହିତ ଏବେ ଏହା ଆଇନରେ ପରିଣତ ହୋଇଯାଇଛି ଓ ଏହାର ପ୍ରାବଧାନ ଲାଗୁ ହୋଇଯାଇଛି। ଏହି ବିଲ ଅଗଷ୍ଟ ୦ ତାରିଖରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା। ଉଭୟ ଗୃହରେ ବିଲକୁ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.