ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ

0

ନ୍ୟୁଜ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ। ଦିଲ୍ଲୀରୁ ଗିରଫ ‌ହେଲେ ଉଭୟ ଯୁବକ। ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର କରିବା ବଦଳରେ ଫେରାର ମାରିଥିଲେ ଦୁଇ ଯୁବକ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ସୋହମ ରାଜ୍‌ ତ୍ରିପାଠୀ କାର୍ଯ୍ୟରତ ଥିବା ବେଳେ, ରୋହନ ରଞ୍ଜନ ରାଉତ ହେଲେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ। ଗତ ୯ ତାରିଖ ରାଖୀ ପୂର୍ଣ୍ଣିମା ଦିନ ଭୁବନେଶ୍ବରର ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ। ଏହାପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ହିମାଚଳପ୍ରଦେଶର ମନାଲି ବୁଲି ସାରି ଆସି ଦିଲ୍ଲୀରେ ଥିଲେ। କମିସନରେଟ ପୋଲିସ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି।

Leave A Reply

Your email address will not be published.