ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ

0

ପୁରୀ: ପୁରୀ ମେଡିକାଲ ଛକସ୍ଥିତ ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରେ ଘଟିଛି ଅଘଟଣ। ରବିବାର ପାର୍କିଂସ୍ଥଳରେ ଗାଡ଼ି ପାର୍କିଂ ସମୟରେ ଏକ ବୋଲେରୋ ପ୍ରଥମ ମହଲାରୁ ତଳକୁ ଖସିପଡ଼ିଛି। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ବାଲେଶ୍ଵରର ସଞ୍ଜୟ ସେଠୀ।

ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉ ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.