ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

0

ଉତ୍ତର ପ୍ରଦେଶ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୃତ ପୀଡିତା ନିକିଙ୍କ ପୁଅ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆଙ୍କ ଉପରେ କିଛି ତରଳ ପଦାର୍ଥ ଫିଙ୍ଗି, ତାଙ୍କୁ ଚାପୁଡା ମାରି ଲାଇଟରରେ ନିଆଁ ଲଗାଇ ଦେଇଥିଲେ। ଆଉ ଯେତେବେଳେ ସାନ ପିଲାଟିକୁ ପଚରାଯାଇଥିଲା ଯେ, କ’ଣ ତାଙ୍କ ବାପା, ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି, ସେତେବେଳେ ସେ କେବଳ ମୁଣ୍ଡ ହଲାଇ ହଁ କହିଥିଲେ। ଏଥିସହିତ ଏବେ ନିକିଙ୍କ ପୋଡ଼ିବାର ଦୁଇଟି ଭିଡିଓ ଇଣ୍ଟରନେଟରେ ଘୂରି ବୁଲୁଛି। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ପୁରୁଷ ଏବଂ ମହିଳା ପୀଡିତାଙ୍କୁ ଆକ୍ରମଣ କରୁଥିବା ଏବଂ ତାଙ୍କ କେଶକୁ ଧରି ଘରୁ ବାହାର କରୁଥିବାର ଦେଖିବାକୁ ମିଳୁଛି। ଅନ୍ୟ ଭିଡିଓରେ ମହିଳାଙ୍କୁ ନିଆଁ ଲଗାଇ ଦିଆଯିବା ପରେ ସିଡ଼ି ଦେଇ ତଳକୁ ଖସି ପଡ଼ୁଥିବାର ଦେଖାଯାଉଛି।

ନିକି ୨୦୧୬ ମସିହାରେ ବିପିନ ନାମ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ସମୟରେ, ତାଙ୍କ ବଡ଼ ଭଉଣୀ କାଞ୍ଚନ ବିପିନଙ୍କ ବଡ଼ ଭାଇଙ୍କ ସହିତ ବିବାହ କରିଥିଲେ। ବିବାହ ପରଠାରୁ ଯୌତୁକ ପାଇଁ ଉଭୟ ଭଉଣୀଙ୍କୁ ହଇରାଣ କରାଯାଉଥିଲା। ନିକିଙ୍କ ବଡ଼ ଭଉଣୀ କାଞ୍ଚନଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତିରେ ନିକ୍କୀଙ୍କୁ ତାଙ୍କ ସ୍ୱାମୀ ବିପିନ ମାଡ଼ ମାରି ଅଚେତ କରିଥିଲେ ଏବଂ ପରେ ନିଆଁ ଲଗାଇ ଦେଇଥିଲେ। କାଞ୍ଚନ ଅଭିଯୋଗ କରିଛନ୍ତି ଯେ ବିବାହ ସମୟରେ ସେମାନେ ଏକ ସ୍କର୍ପିଓ ଏବଂ ମୂଲ୍ୟବାନ ଜିନିଷ ଦେଇଥିଲେ। ତଥାପି ନିକିଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ। ବିବାହ ପରେ ସେମାନେ ୩୬ ଲକ୍ଷ ଟଙ୍କା ଦାବି କରିଥିଲେ। ଆମେ ଆଉ ଏକ ଗାଡ଼ି ମଧ୍ୟ ଦେଇଥିଲୁ, କିନ୍ତୁ ସେମାନଙ୍କର ଦାବି ଓ ହଇରାଣ ଅବିରତ ଜାରି ରହିଥିଲା। ସେମାନେ କାଞ୍ଚନଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ଏହା ପରେ, ନିକିଙ୍କୁ ପୋଡ଼ି ଦିଆଯାଇଥିଲା। କାଞ୍ଚନ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଅଚେତ ହେବା ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଯେତେବେଳେ କାଞ୍ଚନ ଚେତା ଫେରିଲା, ପଡ଼ୋଶୀମାନେ ନିକିଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନୀରିହ କୁନି ପୁଅ ଆଖି ଆଗରେ ଘଟିଥିବା ଘଟଣା ଅଭିଯୁକ୍ତଙ୍କ ପୋଲ୍ ଖୋଲିଥିଲା। ପରେ ବିପିନଙ୍କ ପୁଅ ସବୁ ସତ କହିଥିଲା।

ପୁଅ ଏବଂ ପୀଡିତାଙ୍କ ବଡ ଭଉଣୀ କାଞ୍ଚନଙ୍କ ଅଭିଯୋଗ ଆଧାରରେ, ଗ୍ରେଟର ନଏଡାର କସନା ପୋଲିସ ତାଙ୍କ ଭଉଣୀଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଏବଂ ସ୍ୱେଚ୍ଛାକୃତ ଭାବରେ ଆଘାତ ଦେବା ଅଭିଯୋଗରେ ଏକ ଏଫଆଇଆର ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.