ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର

0

ଭୁବନେଶ୍ୱର: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ରାଜଧାନୀର ସବୁ ଥାନା ପରିସର ମଧ୍ୟରେ ପଡି ରହିଥିବା ଜବତ ଗାଡିକୁ ନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ମେୟର୍ କହିଛନ୍ତି। ଗାଡ଼ି ହଟିଲେ ଉକ୍ତ ସ୍ଥାନ ସଫା ହେବ ଏବଂ ଏହା ଦ୍ବାରା ରାଜସ୍ବ ବଢିବ। ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ। ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ ବୋଲି ମେୟର୍ କହିଛନ୍ତି।

ଗାଡ଼ି ସ୍କ୍ରାପିଂକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି, ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ। ଗାଡ଼ି ହଟିଲେ ବହୁତ ମୂଲ୍ୟବାନ ଜାଗାର ଉପଯୋଗ ହୋଇପାରିବ। ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି। ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ।

Leave A Reply

Your email address will not be published.