ପ୍ରମୁଖ ଖବର

ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ
ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି
କୁର୍ଣ୍ଣୁଲରେ ଜଳିଗଲା ବସ୍‌: ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର

0

ଭୁବନେଶ୍ୱର: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ରାଜଧାନୀର ସବୁ ଥାନା ପରିସର ମଧ୍ୟରେ ପଡି ରହିଥିବା ଜବତ ଗାଡିକୁ ନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ମେୟର୍ କହିଛନ୍ତି। ଗାଡ଼ି ହଟିଲେ ଉକ୍ତ ସ୍ଥାନ ସଫା ହେବ ଏବଂ ଏହା ଦ୍ବାରା ରାଜସ୍ବ ବଢିବ। ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନଗର ନିଗମ। ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ ବୋଲି ମେୟର୍ କହିଛନ୍ତି।

ଗାଡ଼ି ସ୍କ୍ରାପିଂକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି, ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ। ଗାଡ଼ି ହଟିଲେ ବହୁତ ମୂଲ୍ୟବାନ ଜାଗାର ଉପଯୋଗ ହୋଇପାରିବ। ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି। ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ।

Leave A Reply

Your email address will not be published.