ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ

0

ସମ୍ବଲପୁର: ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି କନକବର୍ଦ୍ଧନ।

ଖୁବଶୀଘ୍ର ସମ୍ବଲପୁରରେ ପ୍ରତିଷ୍ଠା ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦିତ୍ୱୀୟ କ୍ୟାମ୍ପସ। ଏହା ସହ ରାଜ୍ୟର ଆଉ ୨ଟି ସ୍ଥାନ ମୟୂରଭଞ୍ଜ ଏବଂ ବ୍ରହ୍ମପୁରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ସେହିପରି ସୋନପୁରରେ ଏକ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ପ୍ରତିଷ୍ଠା କରାଯିବ। ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ଘୋଷଣା କରିଛନ୍ତି।

ଆନ୍ଧ୍ର ମାଡ଼େଲକୁ ଆପଣାଇବ ଓଡିଶା। କିଭଳି ଭାବରେ ଇଣ୍ଟିଗ୍ରେଟେଡ୍‌ ଫାର୍ମୀ କରାଯିବ ସେନେଇ ଆନ୍ଧ୍ର ଠାରୁ ଶିଖିଵ ଓଡିଶା। ସାରକାର ଏଥିପ୍ରତି ଧ୍ୟାନ ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ମତ୍ସ୍ୟ ପାଳନରେ ଆନ୍ଧ୍ରରେ ରାଜ୍ୟପାଳଙ୍କ ବଡ ନାମ ରହିଛି। ସେ ତାଙ୍କ ଅନୁଭବରୁ କହିଛନ୍ତି ବା ପରାମର୍ଶ ଦେଇଛନ୍ତି। ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ। ସେପଟେ “ଆମ ମଡେଲ କରୁଛୁ, ଓଡ଼ିଶାରେ କିଭଳି ଉତ୍ପାଦନ ବଢିବା ସେନେଇ ଧ୍ୟାନ ଦିଆଯାଉଛି” ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Leave A Reply

Your email address will not be published.