ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ

0

ସମ୍ବଲପୁର: ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି କନକବର୍ଦ୍ଧନ।

ଖୁବଶୀଘ୍ର ସମ୍ବଲପୁରରେ ପ୍ରତିଷ୍ଠା ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦିତ୍ୱୀୟ କ୍ୟାମ୍ପସ। ଏହା ସହ ରାଜ୍ୟର ଆଉ ୨ଟି ସ୍ଥାନ ମୟୂରଭଞ୍ଜ ଏବଂ ବ୍ରହ୍ମପୁରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ସେହିପରି ସୋନପୁରରେ ଏକ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ପ୍ରତିଷ୍ଠା କରାଯିବ। ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ଘୋଷଣା କରିଛନ୍ତି।

ଆନ୍ଧ୍ର ମାଡ଼େଲକୁ ଆପଣାଇବ ଓଡିଶା। କିଭଳି ଭାବରେ ଇଣ୍ଟିଗ୍ରେଟେଡ୍‌ ଫାର୍ମୀ କରାଯିବ ସେନେଇ ଆନ୍ଧ୍ର ଠାରୁ ଶିଖିଵ ଓଡିଶା। ସାରକାର ଏଥିପ୍ରତି ଧ୍ୟାନ ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ମତ୍ସ୍ୟ ପାଳନରେ ଆନ୍ଧ୍ରରେ ରାଜ୍ୟପାଳଙ୍କ ବଡ ନାମ ରହିଛି। ସେ ତାଙ୍କ ଅନୁଭବରୁ କହିଛନ୍ତି ବା ପରାମର୍ଶ ଦେଇଛନ୍ତି। ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ। ସେପଟେ “ଆମ ମଡେଲ କରୁଛୁ, ଓଡ଼ିଶାରେ କିଭଳି ଉତ୍ପାଦନ ବଢିବା ସେନେଇ ଧ୍ୟାନ ଦିଆଯାଉଛି” ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Leave A Reply

Your email address will not be published.