ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ

0

ଛତିଶଗଡ: ଛତିଶଗଡର ଜଗଦଲପୁରରୁ ବସ୍ତରରେ ଗୋଟିଏ ପରିବାରର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏନ୍‌ଏଚ୍‌ ୩୦ରେ ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ବନ୍ୟା ସୃଷ୍ଟି ହୋଇ ଏକ କାର ଜଳରେ ଭାସି ଯାଇଛି। ଏତିରେ ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍‌ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। ସମସ୍ତ ମୃତକ ଗୋଟିଏ ପରିବାରର। ସମସ୍ତେ କାର୍‌ରେ ତୀରଥଗଡ ବୁଲିବାକୁ ଯାଉଥିଲେ। ପରିବାର ଲୋକେ ଦୁର୍ଘଟଣାର ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଏକ ପୋଲ ପାର ହେବା ସମୟରେ ପାଣିରେ ଭାସି ଯିବାରୁ ଦମ୍ପତି ଏବଂ ସେମାନଙ୍କର ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଚାରି ଜଣଙ୍କୁ ବାଦ୍‌ ଦେଇ କାର୍‌ ଚାଳକଙ୍କ ଜୀବନ ବଞ୍ଚିଯାଇଛି। ସମସ୍ତେ ତାମିଲ୍‌ନାଡୁର ବାସିନ୍ଦା ବୋଲି ଜାଣିବାକୁ ମିଳିଛି। ଜଗଦଲପୁର ସହରରେ ରହୁଥିଲେ।

କାର୍‌ରେ ୪୩ ବର୍ଷୀୟ ରାଜେଶ ରାୟପୁରରେ ରହି ଠିକାଦାର କାମ କରୁଥିଲେ। ମଙ୍ଗଳବାର ରାଜେଶ ନିଜ ପତ୍ନୀ ପବିତ୍ରା (୪୦), ୨ ଝିଅ (୭)(୪) ବର୍ଷୀୟଙ୍କୁ ନେଇ ବୁଲିବାକୁ ଯାଉଥିଲେ। କାର୍‌ଟି ହଠାତ୍‌ କାଙ୍ଗେର ଘାଟୀ ନିକଟରେ ପହଞ୍ଚିବା ବେଳେ ପ୍ରବଳ ବର୍ଷା ପରେ ବନ୍ୟା ଜଳ ପୋଲ ଉପରେ ଖୁବ୍‌ ଜୋର୍‌ରେ ପ୍ରବାହିତ ହେଉଥିଲା। ସେହି ଜଳରେ କାର୍‌ଟି ଭାସି ଯାଇଥିଲା। ୪ ଜଣଙ୍କ ଜୀବନ ରକ୍ଷା ପାଇଁ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗାଡି ଚାଳକ କୌଣସି ପ୍ରକାରେ ପହଁରି ପହଁରି ଗଛରେ ଚଢି ନିଜ ଜୀବନ ବଞ୍ଚାଇଥିଲେ।

Leave A Reply

Your email address will not be published.