ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ

0

କଟକ: କଟକ ରେଳ ଷ୍ଟେସନରେ ବୁଧବାର ଅପରାହ୍ନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପ୍ଲାଟଫର୍ମ ଉପରେ ଏକ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି।ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି।

ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା। ଯାହାଫଳରେ ପ୍ଲାଟଫର୍ମ ୧ ଏବଂ ୨ରେ ଅସ୍ଥାୟୀ ଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। “ଏହି ଘଟଣାରେ କୌଣସି ଆହତ କିମ୍ବା ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ। ଅପରପକ୍ଷରେ ମରାମତି କାର୍ଯ୍ୟ ପୂର୍ବରୁ ଚାଲିଛି। ଖୁବଶୀଘ୍ର ଲାଇନଗୁଡ଼ିକ ସଫା ହୋଇଯିବ ବୋଲି ଆଶା କରାଯାଉଥିବା ନେଇ ରେଳବାଇ ପକ୍ଷରୁ ଜଣାପଡ଼ିଛି। କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନାରୁ ଜଣାପଡ଼ିଛି। ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.