ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡି ସଠିକ୍‍ ଭାବେ ନଚାଲିଲେ ଦଳ ଛାଡିବି: ପ୍ରଫୁଲ୍ଲ ମଲ୍ଲିକ

0

ଭୁବନେଶ୍ବର: ବିଜେଡି ପରିଚାଳନାକୁ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ଟାଣୁଆ ନେତା। ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଆଜି ମୁହଁ ଖୋଲି କହିଛନ୍ତି ଯେ ଆଗକୁ ଯଦି ଦଳ ଠିକ୍‍ ଭାବେ ନଚାଲେ ତାହେଲେ ଦଳ ଠାରୁ ଦୂରେଇବି। ଦୀର୍ଘଦିନ ପରେ ବିଜେଡିରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ମୁହଁ ଖୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ଭାବରେ ନଚାଲେ, ତେବେ ଦଳଠାରୁ ମୁଁ ଦୂରେଇ ଯିବି। ପୂର୍ବ ବିଚାରଧାରାରେ ଦଳ ନାହିଁ। ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ଯାହାକି ହୋଇଛି କିନ୍ତୁ ଅନ୍ୟ ପ୍ରସ୍ତାବଗୁଡିକ ଦଳରେ ଗ୍ରହଣ କରାଯାଇନାହିଁ। ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି।

ଏହାସହିତ ସେ କହିଛନ୍ତି ଯେ ନୂଆ ବିଜେଡି ଦଳ ଗଠନ ସମୟ ନୁହେଁ, ପୁରୁଣାକୁ ସଠିକ୍‍ ପରିଚାଳନା ଦରକାର। ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ନୂଆ ବିଜେଡି ଗଠନ ନେଇ ସଂକେତ ଦେଇଥିଲେ ବରିଷ୍ଠ ରାଜନେତା ଅମର ଶତପଥୀ। ବିଜେଡି ଲୋକ ହିଁ ନୂଆ ବିଜେଡି ଗଠନ କରିବେ ବୋଲି ସେ କହିଥିଲେ। ବର୍ତ୍ତମାନର ବିଜେଡି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବୋଲି ସେ ଅନୁଭବ କରୁଥିବା କହିଥିଲେ। ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦଳଠାରୁ ଦୂରେଇ ଯିବେ ବି ବୋଲି ଅମର ଶତପଥୀ କହିଥିଲେ।

Leave A Reply

Your email address will not be published.