ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଅର୍ଚ୍ଚନା ନାଗଙ୍କ ଘର ସିଲ୍‌ କଲା ଇଡି

0

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଘର ସିଲ୍‌ କଲା ଇଡି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ଇଡି। ପୂର୍ବରୁ ୨୦୨୨ ଅର୍ଥ କାରବାର ମାମଲାରେ କୋର୍ଟ ଅର୍ଚ୍ଚନାଙ୍କୁ ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ରହିଛି।

ଭୁବନେଶ୍ଵର ସତ୍ୟବିହାରସ୍ଥିତ ଅର୍ଚ୍ଚନା ନାଗଙ୍କ G+2 କୋଠାକୁ ଆଟାଚ କରିବା ସହିତ ତାହାକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଶୁକ୍ରବାର ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ଘରେ ଚଢ଼ାଉ କରାଯିବା ସହିତ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଥାଉକି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା । ୨୦୨୨ରେ ଏକ ହନି-ଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ସେ ଭୁବନେଶ୍ୱରର ଝାରପଡ଼ା ଜେଲରେ ପ୍ରାୟ ୧୪ ମାସ ଥିଲେ।

Leave A Reply

Your email address will not be published.