ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଦିଶା ପାଟନୀଙ୍କ ଘର ଉପରକୁ ଗୁଳିମାଡ଼

0

ଉତ୍ତର ପ୍ରଦେଶ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ପୁଣି ବଲିଉଡ ଷ୍ଟାର୍‌। ସଲମାନ ଖାନ୍‌, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ ଉତ୍ତର ପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗ୍ୟାଙ୍ଗ ଏହି ଆକ୍ରମଣ ପଛର ଦାୟୀ ଥିବା କହିଛି। ସନାତନ ଧର୍ମ ବିରୋଧରେ କହିଥିବାରୁ ଅଭିନେତ୍ରୀଙ୍କ ଘର ଉପରକୁ ଏପରି ଫାୟାରିଂ ହୋଇଥିବା ଗ୍ୟାଙ୍ଗଷ୍ଟାର କହିଛନ୍ତି।
ସୂଚନା ଅନୁସାରେ ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ରୋହିତ ଗୋଦାରା ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି। ଦିଶା ସାଧୁସନ୍ଥଙ୍କ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ଏଥିରେ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ରୋହିତ ଗୋଦାରା ଏନେଇ ଏକ ପୋଷ୍ଟ ଜାରି କରିଛି। ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ ଯିଏ ଆମ ଧର୍ମ ଏବଂ ସନ୍ଥମାନଙ୍କ ବିରୁଦ୍ଧରେ କଥା କହିବ, ତାଙ୍କ ଘର ଉପରେ ଆକ୍ରମଣ କରାଯିବ। ଏହା କେବଳ ଏକ ଟ୍ରେଲର ଥିଲା। ଆମ ଦେବତାଙ୍କ ଅପମାନକୁ ସହ୍ୟ କରାଯିବ ନାହିଁ।’ ସୂଚନା ଥାଉକି, ଦିଶା ପାଟନୀଙ୍କ ଭଉଣୀ ଖୁସ୍ବୁ ପାଟନୀ କିଛି ଦିନ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟଙ୍କ ଭିଡିଓରେ ମନ୍ତବ୍ୟ ଦେଇଥିଲେ। ସେହି ମନ୍ତବ୍ୟକୁ ପ୍ରେମାନନ୍ଦ ଜୀଙ୍କ ସହ ଲିଙ୍କ କରି ତାଙ୍କ ଅନୁଗାମୀମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତା’ପରେ ଖୁସ୍ବୁ ପାଟନୀ ଏକ ସ୍ପଷ୍ଟୀକରଣ ଜାରି କରି କହିଥିଲେ ଯେ ତାଙ୍କ ମନ୍ତବ୍ୟକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ ପ୍ରେମାନନ୍ଦ ଜୀଙ୍କ ସହ ଲିଙ୍କ କରାଯାଇଛି।

Leave A Reply

Your email address will not be published.