ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଦିଶା ପାଟନୀଙ୍କ ଘର ଉପରକୁ ଗୁଳିମାଡ଼

0

ଉତ୍ତର ପ୍ରଦେଶ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ପୁଣି ବଲିଉଡ ଷ୍ଟାର୍‌। ସଲମାନ ଖାନ୍‌, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ ଉତ୍ତର ପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗ୍ୟାଙ୍ଗ ଏହି ଆକ୍ରମଣ ପଛର ଦାୟୀ ଥିବା କହିଛି। ସନାତନ ଧର୍ମ ବିରୋଧରେ କହିଥିବାରୁ ଅଭିନେତ୍ରୀଙ୍କ ଘର ଉପରକୁ ଏପରି ଫାୟାରିଂ ହୋଇଥିବା ଗ୍ୟାଙ୍ଗଷ୍ଟାର କହିଛନ୍ତି।
ସୂଚନା ଅନୁସାରେ ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ରୋହିତ ଗୋଦାରା ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି। ଦିଶା ସାଧୁସନ୍ଥଙ୍କ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ଏଥିରେ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ରୋହିତ ଗୋଦାରା ଏନେଇ ଏକ ପୋଷ୍ଟ ଜାରି କରିଛି। ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ ଯିଏ ଆମ ଧର୍ମ ଏବଂ ସନ୍ଥମାନଙ୍କ ବିରୁଦ୍ଧରେ କଥା କହିବ, ତାଙ୍କ ଘର ଉପରେ ଆକ୍ରମଣ କରାଯିବ। ଏହା କେବଳ ଏକ ଟ୍ରେଲର ଥିଲା। ଆମ ଦେବତାଙ୍କ ଅପମାନକୁ ସହ୍ୟ କରାଯିବ ନାହିଁ।’ ସୂଚନା ଥାଉକି, ଦିଶା ପାଟନୀଙ୍କ ଭଉଣୀ ଖୁସ୍ବୁ ପାଟନୀ କିଛି ଦିନ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟଙ୍କ ଭିଡିଓରେ ମନ୍ତବ୍ୟ ଦେଇଥିଲେ। ସେହି ମନ୍ତବ୍ୟକୁ ପ୍ରେମାନନ୍ଦ ଜୀଙ୍କ ସହ ଲିଙ୍କ କରି ତାଙ୍କ ଅନୁଗାମୀମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତା’ପରେ ଖୁସ୍ବୁ ପାଟନୀ ଏକ ସ୍ପଷ୍ଟୀକରଣ ଜାରି କରି କହିଥିଲେ ଯେ ତାଙ୍କ ମନ୍ତବ୍ୟକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ ପ୍ରେମାନନ୍ଦ ଜୀଙ୍କ ସହ ଲିଙ୍କ କରାଯାଇଛି।

Leave A Reply

Your email address will not be published.