ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ସୁଭଦ୍ରା ହିତାଧିକାରୀ ପାଇବେ ପେନ୍‌ସନ୍‌

0

ଭୁବନେଶ୍ବର: ସୁଭଦ୍ରା ହତିଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଏଣିକି ୬୦ବର୍ଷ ପରେ ମିଳିବ ପେନସନ। ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ ।ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସୁରକ୍ଷା ବିଭାଗ ଚିଠି ଲେଖିଛି ।

ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ। ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି। ୬୦ ବର୍ଷ ବୟସ ପରେ ଏମବିପିୱାଇ/ଏନଏସଏପି ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ। ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀ ସିଧାସଳଖ ଏମବିପିୱାଇ/ଏନଏସଏପି ରେ ଆସିବେ ନାହିଁ। ସେମାନେ ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ। ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି।

Leave A Reply

Your email address will not be published.