ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ଭୂସ୍ଖଳନ ଯୋଗୁ ବସ୍ ଉପରେ ପାହାଡ଼ ଖସି ୧୫ ମୃତ

0

ହିମଚଳପ୍ରଦେଶ: ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ବର୍ଷା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହିମାଚଳ ପ୍ରଦେଶର ବିଳାସପୁରରେ ମାରୋଟାନରୁ ଘୁମାରୱିନ୍ ଯାଉଥିବା ସନ୍ତୋଷୀ ଘରୋଇ ବସ୍‌ ଉପରେ ଶୁକ୍ରା ଖାଡ୍ କୂଳରେ ବାର୍ଥିର ଭାଲୁ ସେତୁ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ଭଗ୍ନାବଶେଷ ଖସି ପଡ଼ିବରୁ ୧୫ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାଟି ସନ୍ଧ୍ୟା ପ୍ରାୟ ୬:୨୫ ସମୟରେ ଘଟିଥିଛି। ବସ୍‌ଟି ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ପାହାଡ଼ ଉପରୁ ଭଗ୍ନାବଶେଷ ଏବଂ ପଥର ବସ୍‌ ଉପରେ ପଡ଼ିଥିଲା।

ସୂଚନା ଅନୁଯାୟୀ, ଏହି ଘରୋଇ ବସ୍‌ ଏହା ମାରୋଟାନ୍‌ରୁ ଘୁମାରୱିନ୍‌ ଯାଉଥିଲା। ବାର୍ଥୀ ନିକଟସ୍ଥ ଭାଲୁ ସେତୁ ନିକଟରେ ହଠାତ୍ ସମ୍ପୂର୍ଣ୍ଣ ପାହାଡ଼ ଭାଙ୍ଗି ବସ୍ ଉପରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ବସ୍ ଭିତରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଝିଅ ଏବଂ ଜଣେ ପୁଅକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଗୋଟିଏ ଝିଅର ମାଆଙ୍କ ମୃତ୍ୟୁ ହୋଇଛି। ଝିଅ ଦୁଇଜଣଙ୍କୁ ବାର୍ଥୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁହାଯାଉଛି ଯେ, ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଦଳଗୁଡ଼ିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତଥାପି, ବ୍ୟାପକ ଭଗ୍ନାବଶେଷ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

Leave A Reply

Your email address will not be published.