ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୂସ୍ଖଳନ ଯୋଗୁ ବସ୍ ଉପରେ ପାହାଡ଼ ଖସି ୧୫ ମୃତ

0

ହିମଚଳପ୍ରଦେଶ: ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ବର୍ଷା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହିମାଚଳ ପ୍ରଦେଶର ବିଳାସପୁରରେ ମାରୋଟାନରୁ ଘୁମାରୱିନ୍ ଯାଉଥିବା ସନ୍ତୋଷୀ ଘରୋଇ ବସ୍‌ ଉପରେ ଶୁକ୍ରା ଖାଡ୍ କୂଳରେ ବାର୍ଥିର ଭାଲୁ ସେତୁ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ଭଗ୍ନାବଶେଷ ଖସି ପଡ଼ିବରୁ ୧୫ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାଟି ସନ୍ଧ୍ୟା ପ୍ରାୟ ୬:୨୫ ସମୟରେ ଘଟିଥିଛି। ବସ୍‌ଟି ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ପାହାଡ଼ ଉପରୁ ଭଗ୍ନାବଶେଷ ଏବଂ ପଥର ବସ୍‌ ଉପରେ ପଡ଼ିଥିଲା।

ସୂଚନା ଅନୁଯାୟୀ, ଏହି ଘରୋଇ ବସ୍‌ ଏହା ମାରୋଟାନ୍‌ରୁ ଘୁମାରୱିନ୍‌ ଯାଉଥିଲା। ବାର୍ଥୀ ନିକଟସ୍ଥ ଭାଲୁ ସେତୁ ନିକଟରେ ହଠାତ୍ ସମ୍ପୂର୍ଣ୍ଣ ପାହାଡ଼ ଭାଙ୍ଗି ବସ୍ ଉପରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ବସ୍ ଭିତରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଝିଅ ଏବଂ ଜଣେ ପୁଅକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଗୋଟିଏ ଝିଅର ମାଆଙ୍କ ମୃତ୍ୟୁ ହୋଇଛି। ଝିଅ ଦୁଇଜଣଙ୍କୁ ବାର୍ଥୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁହାଯାଉଛି ଯେ, ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଦଳଗୁଡ଼ିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତଥାପି, ବ୍ୟାପକ ଭଗ୍ନାବଶେଷ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

Leave A Reply

Your email address will not be published.