ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା

0

ବିହାର: ଆସନ୍ତା ୬ରୁ ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ ।
ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଆଜି ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ନିର୍ବାରଣ ଆଇନ ଅଧୀନରେ ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଲାଲୁ ଓ ତାଙ୍କ ପୁଅ ତେଜସ୍ୱୀ ଦୋଷ ସ୍ୱୀକାର କରିନଥିବା ବେଳେ ରାବରୀ ଦେବୀ ମାମଲାକୁ ଭୁଲ ବୋଲି ଦର୍ଶାଇଛନ୍ତି।

ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏ କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ଥିବା ସମୟ ସହ ଏହି ମାମଲା ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆଇଆରସିଟିସି ହୋଟେଲଗୁଡ଼ିକର ମରାମତା ପାଇଁ ଦିଆଯାଇଥିବା ଅନୁମତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ବିଏନଆର ରାଞ୍ଚି ଓ ବିଏନଆର ପୁରୀର ମରାମତି ଠିକା ସୁଜାତା ହୋଟେଲକୁ ଦିଆଯାଇଥିଲା। ସୁଜାତା ହୋଟେଲର ନିର୍ଦ୍ଦେଶକ ହେଉଛନ୍ତି ବିନୟ ଓ ବିଜୟ କୋଚର।
ଏହି ଡିଲ ବଦଳରେ ଲାଲୁ ପ୍ରସାଦ ଯାଦବ ଗୋଟିଏ ବେନାମୀ କମ୍ପାନୀ ଦ୍ୱାରା ୩ ଏକରର ପ୍ରାଇମ ଜମି ପାଟନାରେ ହାସଲ କରିଥିଲେ। ୨୦୧୭ରେ ଏନେଇ ସିବିଆଇ ଲାଲୁ ପ୍ରସାଦ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଗୋଟିଏ ଏଫଆଇଆର ରୁଜୁ କରିଥିଲା। ସିବିଆଇ ଦିଲ୍ଲୀ କୋର୍ଟକୁ କହିଛି ଯେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ଏଜେନ୍ସି ପାଖରେ ଉପଯୁକ୍ତ ଦସ୍ତାବିଜ ରହିଛି। ତେବେ ଲାଲୁ ପ୍ରସାଦଙ୍କ ଓକିଲ ସିବିଆଇର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଟେଣ୍ଡର ସଂପୂର୍ଣ୍ଣ ଭାବେ ସ୍ୱଚ୍ଛ ଉପାୟରେ ଦିଆଯାଇଥିବା କହିଛନ୍ତି।
ଲାଲୁଙ୍କୁ ଅଭିଯୋଗ ବିଷୟରେ ଅବଗତ କରାଇ କୋର୍ଟ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଛନ୍ତି । ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବ ଷଡଯନ୍ତ୍ରରେ ସମାନ ଭାବରେ ସାମିଲ ଥିଲେ । କୋର୍ଟ ଏହା ପରେ ଲାଲୁ ଯାଦବଙ୍କୁ ପଚାରିଥିଲେ ଯେ ସେ ଅଭିଯୋଗ ସମ୍ପର୍କରେ କଣ କହିବେ, ଏହା ସତ୍ୟ କି?, ଉତ୍ତର ଦେଇ ଲାଲୁ କହିଛନ୍ତି ‘ମୁଁ ଦୋଷୀ ନୁହେଁଟ୍ଟ ମୁଁ କିଛି କରିନାହିଁ । ଏହାସହିତ ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା । ସେମାନଙ୍କର ଉତ୍ତର ସମାନ ଥିଲା, ଆମେ ଦୋଷୀ ନୁହେଁ ।

Leave A Reply

Your email address will not be published.