ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୨୦ରେ ଦୀପାବଳି ଛୁଟି

0

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ୨୦ରେ ହେବ ଦୀପାବଳି ଛୁଟି। ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ୨୦ତାରିଖ ଦିନ ଦୀପାବଳି ପାଳନ ପାଇଁ ଶ୍ରୀମନ୍ଦିର ପକ୍ଷରୁ କୁହାଯିବା ପରେ ଏହି ଦିନକୁ ଛୁଟି ଘୋଷଣା କରାଯାଇଛି ।
ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ନୂଆପଡାରେ ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବାରୁ ୨୦ତାରିଖ ଦିନ ସେଠାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରବିବା ବେଳେ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

Leave A Reply

Your email address will not be published.