ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

0

ଭୁବନେଶ୍ବର: ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶୋଇଥିବାବେଳେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭରତପୁର ପୋଲିସ। ଅଭିଯୁକ୍ତ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ମାଡ଼ବସିଥିଲା। ଗିରଫ ଅଭିଯୁକ୍ତ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର।

ସୂଚନା ଅନୁଯାୟୀ, ବସ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅ ଅପେକ୍ଷା କରିଥିଲେ। ଏହି ସମୟରେ ବିଳମ୍ବ ହେବାରୁ ଉଭୟଙ୍କର ଆଖିଲାଗିଯାଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା। ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା।

ମହିଳା ଜଣଙ୍କ ଜୋରରେ ପାଟି କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା। ଏହାପରେ ଭରତପୁର ଥାନାକୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ବସ୍‌ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପବିତ୍ରକୁ କାବୁ କରିବାରେ ସଫଳ ହୋଇଥିଲା।

Leave A Reply

Your email address will not be published.