ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ

0

ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମୈଦାନରେ ଆଜି ଉଦ୍ଘାଟିତ ହେଲା ୮୪ତମ ଭାରତୀୟ ସଡକ କଂଗ୍ରେସ। କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରି ଏହାର ଉଦ୍ଘାଟନ କରିଛନ୍ତି। ନଭେମ୍ବର ୬ରୁ ୧୦ ପର୍ଯ୍ୟନ୍ତ ଚାଲିବ। ଏହି ପଞ୍ଚଦିନିଆ କଂଗ୍ରେସରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୩,୫୦୦ ଇଞ୍ଜିନିୟର, ବିଜ୍ଞାନୀ, ଅଧିକାରୀ ଓ ଶିକ୍ଷାବିଦ୍ ଯୋଗଦେଇଛନ୍ତି।

ଦଶବର୍ଷ ପରେ ପୁଣିଥରେ ଓଡ଼ିଶା ଏହି ଗୌରବମୟ କଂଗ୍ରେସକୁ ଆୟୋଜନ କରୁଛି। ୧୯ଟି ପ୍ରାୟୋଗିକ ସେସନ୍‌ରେ ରାସ୍ତା ନିର୍ମାଣ, ସୁରକ୍ଷା, ରଖଣାବେକାଣ, ନବୀନ ପ୍ରଯୁକ୍ତି ଓ ନୀତି ନିର୍ଦ୍ଦେଶନୀୟ ମାମଲା ଉପରେ ଆଲୋଚନା ହୋଇଛି। ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.