ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ତିନି ମାସ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

0

ଭୁବନେଶ୍ବର: ନିଖୋଜ ଆଇନଜୀବୀଙ୍କ ମିଳିଲା ଗଳିତ ମୃତଦେହ। ତିନି ମାସ ତଳୁ ଘରୁ କୁଆଡେ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ। ନିଖୋଜ ଯୁବକ ଜଣକ ହେଲେ ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨)। ସେପ୍ଟେମ୍ବରରୁ ଘରୁ କୁଆଡେ ପଳାଇଥିଲେ।

ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ କାର ପଡିଥିବାର ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକ। ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ କାର ଭିତରେ ଗଳିତ ମୃତଦେହକୁ ଉଦ୍ଧାର ହୋଇଥିଲା। ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ। ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବକ ଜଣଙ୍କ ନିଖୋଜ ହୋଇଥିଲେ ବୋଲି କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

Leave A Reply

Your email address will not be published.