ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ନିଶା ପାଇଁ ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ

0

ଭଦ୍ରକ: ନିଶା ଖାଇବାକୁ ଟଙ୍କା ନଦେବାରୁ ଜନ୍ମ କଲା ମାଆକୁ ପେଟ୍ରୋଲ ଢ଼ାଳି ଜାଳିଦେଲା ପୁଅ। ନିଶା ଉଜାଡି ଦେଲା ପରିବାର। ନିଶା ଖାଇବା ପାଇଁ ପାଗଳ ହୋଇ ଜନ୍ମ କଲା ମାଆକୁ ଜାଳିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ।

ନିଶା ଖାଇବାକୁ ଟଙ୍କା ପାଇଁ ସବୁ ସମୟରେ ମାଆ ସହିତ ଝଗଡ଼ା କରେ ପୁଅ। ଆଜି ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ। ମାଆ ଟଙ୍କା ନଦେବାରୁ ପୁଅ ରାଗିଯାଇ ପେଟ୍ରୋଲ ଢାଳି ମାଆକୁ ଜାଳି ଦେଇଥିବା ଶୁଣିବାକୁ ମିଳିଛି। ଆଉକିଛି ଲୋକ କହିଛନ୍ତି ମହିଳା ଜଣଙ୍କ ରୋଷେଇ କରୁଥିବା ବେଳେ ଗ୍ୟାସରେ ପୋଡ଼ି ଯାଇଛନ୍ତି।

ଏହି ଘଟଣା ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ। ସମ୍ପର୍କୀୟ ଓ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ମହିଳା ଜଣଙ୍କ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ କରିଛନ୍ତି।

Leave A Reply

Your email address will not be published.