ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ସମ୍ବଲପୁରରେ ଗଡିବ ୧୦୦ ଇଭି ବସ

0

ଭୁବନେଶ୍ବର: ସମ୍ବଲପୁର ମହାନଗର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରିକ ବସ ସେବା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ୧୦୦ ଇଭି ବସ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୫ ଟି ଇଭି ବସ ଚାଲିବ। ବସ ସମ୍ବଲପୁର ବସ ଟର୍ମିନାଲକୁ ପହଞ୍ଚି ସାରିଛି। ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଆହୁରି ୨୫ ଟି ବସ ଆସିବ। ପ୍ରଥମ ୫୦ ଟି ବସ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବେଳେ, ପରବର୍ତ୍ତୀ ୫୦ଟି ବସ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ଆସିବ ବୋଲି ସୂଚନା ଦିଆଯାଇଛି।

ସହରବାସୀଙ୍କୁ ଉତ୍ତମ ଗମନାଗମନର ସୁବିଧା ଯୋଗେଇ ଦେବା ଉଦ୍ଦେଶ୍ୟରେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ନେଇ ସମ୍ବଲପୁରବାସୀ ବେସ ଉତ୍ସାହିତ ଅଛନ୍ତି। ଏହା ଗରିବ ଲୋକଙ୍କୁ ବହୁତ ସହାୟକ ହେବ ବୋଲି ସଚେତନ ନାଗରିକ କହିଛନ୍ତି। ବର୍ତ୍ତମାନ ସମ୍ବଲପୁର ସହରରେ ଯେଉ ଗମନାଗମନ ର ସୁବିଧା ଅଛି ତାହା ପର୍ଯ୍ୟାପ୍ତ ନୁହେଁ। ବର୍ତ୍ତମାନ ଲୋକ ମାନଙ୍କ ପାଇଁ ଅଟୋ ହିଁ ଏକମାତ୍ର ଭରସା, ଆଉ କିଛି ସିଟି ବସ ଚାଲିଛି। ଏହି ଇ- ବସ ଚାଲିବା ଦ୍ୱାରା ସହର ର ଅଭ୍ୟନ୍ତରୀଣ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସିବ ଓ ଲୋକେ ସୁବିଧା ରେ ବିଭିନ୍ନ ଜାଗାକୁ ଯିବା ଆସିବା କରି ପାରିବେ। ଏହା ସହ ବର୍ତ୍ତମାନ ସହର ରେ ଯେଉଁ ପ୍ରଦୂଷଣ ବୃଦ୍ଧି ପାଉଛି ତାହା ଏହା ଦ୍ୱାରା କିଛି ମାତ୍ରା ରେ ହ୍ରାସ ପାଇବ।”

ମୁଖ୍ୟତଃ ସହରବାସୀଙ୍କୁ ସେବା ସହ ସହରରେ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହେବାକୁ ଯାଉଛି। ଅଇଁଠାପାଲିରୁ ସହର ଦେଇ କ୍ଷେତରାଜପୁର ରେଳ ଷ୍ଟେସନ, ଅଇଁଠାପାଲି ବସ ଷ୍ଟାଣ୍ଡରୁ ସହର ଦେଇ ଘଣ୍ଟେଶ୍ୱରୀ ପୀଠ, ଅଇଁଠାପାଲିରୁ ବୁର୍ଲା ଅଟଳ ଛକ ଓ ଅଇଁଠାପାଲିରୁ ହୀରାକୁଦ ଟାଉନ ଆଦି ରୁଟରେ ପ୍ରଥମ ପର୍ଯ୍ୟାୟରେ ବସ ସେବା ଆରମ୍ଭ ହେବ। କମ୍ପ୍ରେସନ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.