ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଖୁବଶୀଘ୍ର ସମ୍ବଲପୁରରେ ଗଡିବ ୧୦୦ ଇଭି ବସ

0

ଭୁବନେଶ୍ବର: ସମ୍ବଲପୁର ମହାନଗର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରିକ ବସ ସେବା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ୧୦୦ ଇଭି ବସ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୫ ଟି ଇଭି ବସ ଚାଲିବ। ବସ ସମ୍ବଲପୁର ବସ ଟର୍ମିନାଲକୁ ପହଞ୍ଚି ସାରିଛି। ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଆହୁରି ୨୫ ଟି ବସ ଆସିବ। ପ୍ରଥମ ୫୦ ଟି ବସ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବେଳେ, ପରବର୍ତ୍ତୀ ୫୦ଟି ବସ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ଆସିବ ବୋଲି ସୂଚନା ଦିଆଯାଇଛି।

ସହରବାସୀଙ୍କୁ ଉତ୍ତମ ଗମନାଗମନର ସୁବିଧା ଯୋଗେଇ ଦେବା ଉଦ୍ଦେଶ୍ୟରେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ନେଇ ସମ୍ବଲପୁରବାସୀ ବେସ ଉତ୍ସାହିତ ଅଛନ୍ତି। ଏହା ଗରିବ ଲୋକଙ୍କୁ ବହୁତ ସହାୟକ ହେବ ବୋଲି ସଚେତନ ନାଗରିକ କହିଛନ୍ତି। ବର୍ତ୍ତମାନ ସମ୍ବଲପୁର ସହରରେ ଯେଉ ଗମନାଗମନ ର ସୁବିଧା ଅଛି ତାହା ପର୍ଯ୍ୟାପ୍ତ ନୁହେଁ। ବର୍ତ୍ତମାନ ଲୋକ ମାନଙ୍କ ପାଇଁ ଅଟୋ ହିଁ ଏକମାତ୍ର ଭରସା, ଆଉ କିଛି ସିଟି ବସ ଚାଲିଛି। ଏହି ଇ- ବସ ଚାଲିବା ଦ୍ୱାରା ସହର ର ଅଭ୍ୟନ୍ତରୀଣ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସିବ ଓ ଲୋକେ ସୁବିଧା ରେ ବିଭିନ୍ନ ଜାଗାକୁ ଯିବା ଆସିବା କରି ପାରିବେ। ଏହା ସହ ବର୍ତ୍ତମାନ ସହର ରେ ଯେଉଁ ପ୍ରଦୂଷଣ ବୃଦ୍ଧି ପାଉଛି ତାହା ଏହା ଦ୍ୱାରା କିଛି ମାତ୍ରା ରେ ହ୍ରାସ ପାଇବ।”

ମୁଖ୍ୟତଃ ସହରବାସୀଙ୍କୁ ସେବା ସହ ସହରରେ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହେବାକୁ ଯାଉଛି। ଅଇଁଠାପାଲିରୁ ସହର ଦେଇ କ୍ଷେତରାଜପୁର ରେଳ ଷ୍ଟେସନ, ଅଇଁଠାପାଲି ବସ ଷ୍ଟାଣ୍ଡରୁ ସହର ଦେଇ ଘଣ୍ଟେଶ୍ୱରୀ ପୀଠ, ଅଇଁଠାପାଲିରୁ ବୁର୍ଲା ଅଟଳ ଛକ ଓ ଅଇଁଠାପାଲିରୁ ହୀରାକୁଦ ଟାଉନ ଆଦି ରୁଟରେ ପ୍ରଥମ ପର୍ଯ୍ୟାୟରେ ବସ ସେବା ଆରମ୍ଭ ହେବ। କମ୍ପ୍ରେସନ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.