ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ବ୍ୟାନ କଲେ ଦିଲ୍ଲୀ ସରକାର

0

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଅନେକ ପ୍ରୟାସ କରିଛନ୍ତି। ଏପରିକି ଦିଲ୍ଲୀ ସରକାର କୃତ୍ରିମ ବର୍ଷା ମଧ୍ୟ କରାଇଥିଲେ କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ ହୋଇ ଯାଇଥିଲା। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହେଉଥିବା କୋଇଲା ଓ କାଠ ଜଳା ତନ୍ଦୁର ଉପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (DPCC) ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଖାଦ୍ୟ ଦୋକାନଗୁଡ଼ିକ ତୁରନ୍ତ ଇଲେକ୍ଟ୍ରିକ୍, ଗ୍ୟାସ୍-ଆଧାରିତ, କିମ୍ବା ଅନ୍ୟାନ୍ୟ ପରିଷ୍କାର ଇନ୍ଧନ ଆଧାରିତ ଉପକରଣକୁ ପରିବର୍ତ୍ତନ କରିବାକୁ ବାଧ୍ୟ। ଗତ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ଆନନ୍ଦ ବିହାର ଏବଂ ଆଇଟିଓରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟ ୪୦୦ (ଅତ୍ୟନ୍ତ ଖରାପ) ରେକର୍ଡ କରାଯାଇଛି।

ବାୟୁ ଗୁଣବତ୍ତା ବିଗିଡ଼ି ଯିବାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ଚତୁର୍ଥ ଶ୍ରେଣୀ ଲାଗୁ କରାଯାଇଛି। GRAP-IV ଅଧୀନରେ କୋଇଲା ପରି କୌଣସି ଜୈବ ପଦାର୍ଥ କିମ୍ବା ଆବର୍ଜନାକୁ ଖୋଲାରେ ଜଳାଇବା ସମ୍ପୂର୍ଣ୍ଣ ନିଷେଧ। ଏହି ନିର୍ଦ୍ଦେଶ ‘ବାୟୁ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୧’ ର ଧାରା ୩୧(A) ଅନୁଯାୟୀ ଜାରି କରାଯାଇଛି। ମ୍ୟୁନିସିପାଲିଟି ଅଧିକାରୀମାନଙ୍କୁ ତୁରନ୍ତ ଯାଞ୍ଚ କରି ସମସ୍ତ ଖାଦ୍ୟ ପ୍ରତିଷ୍ଠାନରେ କୋଇଲା ଏବଂ କାଠ ବ୍ୟବହାର ବନ୍ଦ କରିବାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.